MADHYA PRADESH INDORE TRAIN , ଇନ୍ଦୋର (ମଧ୍ୟପ୍ରଦେଶ): ଇନ୍ଦୋରରେ ସିଙ୍ଗଡ଼ା (ସମୋସା) ପାଇଁ ଟ୍ରେନ ଅଟକିଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ସ୍ପଷ୍ଟୀକରଣ ରଖିଛନ୍ତି ପଶ୍ଚିମ ରେଳବାଇ କର୍ତ୍ତୃପକ୍ଷ । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓର ଫ୍ୟାକ୍ଟ ଚେକ୍ କରିବା ପରେ ସ୍ପଷ୍ଟ ହୋଇଛି ଯେ, ଏହା ସଂପୂର୍ଣ୍ଣ ମିଛି । ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ସିଗନାଲ ଦିଆଯିବା ପରେ ଏହି ଟ୍ରେନ ଅଟକିଥିଲା । ଇଞ୍ଜିନିୟରିଂ କାମ ଚାଲିଥିବାରୁ, ଟ୍ରେନଟି କିଛି ସମୟ ପାଇଁ ଅଟକି ରହିଥିଲା।
ପଶ୍ଚିମ ରେଳବାଇ ପକ୍ଷରୁ ଏହାମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ମାଲବାହୀ ଟ୍ରେନକୁ ସମୋସା ଆଣିବା ପାଇଁ କୌଣସି ଦୋକାନ ନିକଟରେ ଅଟକା ଯାଇନଥିଲା । ଇଞ୍ଜିନିୟରିଂ କାମ ଚାଲିଥିବାରୁ, ସିଗନାଲ ଦିଆଯାଇ ରୋକା ଯାଇଥିଲା ।
ପୂର୍ବରୁ ଭାଇରାଲ୍ ଭିଡିଓକୁ ନେଇ ରେଳ ବିଭାଗ ଜନସମ୍ପର୍କ ଅଧିକାରୀ ମୁକେଶ କୁମାର କହିଥିଲେ ଯେ, "ଭାଇରାଲ ହେଉଥିବା ଭିଡିଓଟିକୁ ଯାଞ୍ଚ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।