ପୁରୀ ଜଗନ୍ନାଥଙ୍କ ରଥଯାତ୍ରାରେ ଆଜି ଅପରାହ୍ନ ୨ଟା ସମୟରେ ବଡ଼ଦାଣ୍ଡ ମରିଚିକୋଟ ଛକରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରବଳ ଭିଡ଼ ଯୋଗୁଁ 200ରୁ ଅଧିକ ଭକ୍ତ ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି।