Surprise Me!

Watch: ସଂସଦରେ ନକ୍ସଲ ମୁକ୍ତ ଭାରତ ଚର୍ଚ୍ଚା, କଂଗ୍ରେସ ଉପରେ ବର୍ଷିଲେ ପୁରୀ ସାଂସଦ

2026-03-30 1 Dailymotion

ନୂଆଦିଲ୍ଲୀ: ମାର୍ଚ୍ଚ 31 ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ ପାଇଁ ଆହ୍ବାନ କରିଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆସନ୍ତାକାଲି ସୁଦ୍ଧା ସରୁଛି ଡେଡଲାଇନ । ଏହାକୁ ନେଇ ଆଜି ସଂସଦରେ ସରଗରମ ଆଲୋଚନା ହୋଇଛି । ଲୋକସଭାରେ ପୁରୀ ସାଂସଦ ସମ୍ବିତ ପାତ୍ର କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । ବିଜେପି ସାଂସଦ ସମ୍ବିତ ପାତ୍ର ଲୋକସଭାରେ କହିଛନ୍ତି ଯେ, ପୂର୍ବତନ ଭାରତର ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବିଶ୍ବାସ କରୁଥିଲେ କି ମାଓବାଦୀ ‘ଦେଶ ପାଇଁ ମାଓବାଦୀ ସବୁଠୁ ବିପଦପୂର୍ଣ୍ଣ’ ଅଟନ୍ତି । ଏପରିକି ଅରୁନ୍ଧତି ରାୟଙ୍କ ନାଁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ ସାଂସଦ ସମ୍ବିତ । ସେ କହିଥିଲେ, ‘ଅରୁନ୍ଧତି ରାୟ ମାଓବାଦୀଙ୍କୁ ବନ୍ଧୁକ ଧରୁଥିବା ଗାନ୍ଧୀବାଦୀ କହୁଥିଲେ । ମାଓବାଦୀଙ୍କୁ ନେଇ କଂଗ୍ରେସର ଅଜବ ଚିନ୍ତାଧାରା ରହିଛି ।’ ଏଥିସହ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଜୋରଦାର ଟାର୍ଗେଟ କରିଛନ୍ତି ସାଂସଦ ସମ୍ବିତ ।

ସମ୍ବିତ ପାତ୍ର ଆହୁରି କହିଥିଲେ, 2010, ଏପ୍ରିଲ 2ରେ ଛତିଶଗଡରେ 76 ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ ।  ସୁରକ୍ଷାରେ ନିୟୋଜିତ ଥିବା ସର୍ବାଧିକ ଯବାନଙ୍କ ମୃତ୍ୟୁ ହୋଇଥିଲା । ସେହିପରି ମାଲକାନଗିରି ଜିଲ୍ଲାପାଳ ଅପହରଣ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ସାଂସଦ । 

ଏହା ମଧ୍ୟ ପଢନ୍ତୁ:

ପୁରୁଛି କଣ୍ଟ, ଭୁଶୁଡୁଛି ମାଓଗଡ: ବସ୍ତରରେ 108 ନକ୍ସଲଙ୍କ ଆତ୍ମସମର୍ପଣ

'ମାର୍ଚ୍ଚ 31 ସୁଦ୍ଧା ନକ୍ସଲ ମୁକ୍ତ ଦେଶ ହେବ ଭାରତ, ସବୁ କ୍ଷେତ୍ରରେ CISFର ଉତ୍କୃଷ୍ଟ ପ୍ରଦର୍ଶନ'- ଅମିତ ଶାହ